🟢 ବ୍ରେକିଂ ନ୍ୟୁଜ

ସବୁଥାଇ କଳାହାଣ୍ଡି ପଛୁଆ: ଜିଲ୍ଲାରେ ରହିଛି ୧୪୨ ବୃହତ୍‌ ଖଣି ଓ ୧୨ଟି ରତ୍ନପଥର ଉତ୍ସ, ନିଲାମ ନ ହେବାରୁ ମାତିଛନ୍ତି ମାଫିଆ


ଭବାନୀପାଟଣା: ରତ୍ନଗର୍ଭା କଳାହାଣ୍ଡି ଜିଲ୍ଲା ବିଭିନ୍ନ ରତ୍ନପଥର ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ଏଠାରେ ପ୍ରାକୃତିକ ସମ୍ପଦ ବି ଭରି ରହିଛି। ତଥାପି ଏହି ଜିଲ୍ଲା ପଛୁଆ। ଏସବୁ ସମ୍ପଦର ସୁବିନିଯୋଗ ହେଉ ନଥିବାରୁ ଏଭଳି ସ୍ଥିତି ହୋଇଥିବା ନେଇ ଜନସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲ୍ଲାରେ ସମୁଦାୟ ୧୪୨ଟି ବୃହତ୍‌ ଖଣି ଉତ୍ସ ଓ ୧୨ଟି ରତ୍ନପଥର ଉତ୍ସ ଠାବ ହୋଇଥିବା ବେଳେ ସରକାରୀ ଭାବେ ଏହାର ନିଲାମ ହେଉ ନାହିଁ। ଫଳରେ ଚୋରାଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି।ଜିଲ୍ଲାର ୧୩ଟି ବ୍ଲକ୍‌ରେ ବ୍ୟାପକ ରୂପେ ବୃହତ୍‌ ଖଣି ଉତ୍ସ ରହିଛି। ୨୦ରୁ ଅଧିକ ରତ୍ନଖଣି ଉତ୍ସ ରହିଥିବା ବେଳେ ୧୪୨ରୁ ଅଧିକ ବୃହତ୍‌ ଖଣି ଉତ୍ସ ରହିଛି। ଥୁଆମୂଳ ରାମପୁରରେ ୧୭ଟି ବକ୍ସାଇଟ୍‌ ଓ ୨ଟି କାରୁଣ୍ଡମ୍‌ ରୁବି ଉତ୍ସ ରହିଛି। ଜୁନାଗଡ଼ରେ ୩ଟି ଓ ଧର୍ମଗଡ଼ରେ ଗୋଟିଏ କାରୁଣ୍ଡମ୍‌ ରୁବି ଉତ୍ସ ରହିଛି। ସେହିପରି ଥୁଆମୂଳ ରାମପୁରରେ ଗୋଟିଏ ସିଟ୍ରାଇଟ୍‌ ଆମେଥିସ୍ତ ଓ ଗୋଟିଏ ବେରାଇଲ୍‌ ଖଣି ଥିବା ସୂଚନା ମିଳିଛି। କେସିଙ୍ଗାରେ ୫ଟି, ନର୍ଲାରେ ୨ଟି ଓ ମଦନପୁର ରାମପୁରର ୬ଟି ସ୍ଥାନରେ ଗେଲେନା ଖଣି ଉତ୍ସ ଠାବ କରାଯାଇଛି। କେସିଙ୍ଗାରେ ୧୭ଟି, ନର୍ଲାରେ ୭ଟି ଓ ମଦନପୁର ରାମପୁରର ୯ଟି ସ୍ଥାନରେ ଗ୍ରାଫାଇଟ୍‌ ଖଣି ଉତ୍ସ ରହିଛି। ନର୍ଲାରେ ୨ଟି, ମଦନପୁର ରାମପୁରରେ ୨ଟି, ଭବାନୀପାଟଣାରେ ଗୋଟିଏ, କୋକସରାରେ ୨ଟି ଓ ଧର୍ମଗଡ଼ର ଗୋଟିଏ ସ୍ଥାନରେ ଲାଇମ୍‌ କାଙ୍କର ଖଣି ଚିହ୍ନଟ ହୋଇଛି।ନର୍ଲାରେ ୨ଟି, ମଦନପୁର ରାମପୁରରେ ୪ଟି, ଭବାନୀପାଟଣାରେ ୪ଟି, କୋକସରାରେ ୨ଟି, ଜୁନାଗଡ଼ରେ ୫ଟି ଏବଂ ଜୟପାଟଣାର ୧୦ଟି ସ୍ଥାନରେ ବ୍ୟାପକ ରୂପେ କ୍ବାର୍ଜ ଓ କ୍ବାର୍ଜାଇଟ୍‌ ଖଣି ଠାବ ହୋଇଛି। ମଦନପୁର ରାମପୁରର ୪ଟି ସ୍ଥାନରେ ମାଙ୍ଗାନିଜ ଖଣି ରହିଥିବା ଜଣାଯାଇଛି। ଭବାନୀପାଟଣାରେ ୨ଟି, କୋକସରାରେ ଗୋଟିଏ, କେଗାଁରେ ୩ଟି, ଜୁନାଗଡ଼ରେ ୯ଟି ଓ ଧର୍ମଗଡ଼ର ୪ଟି ସ୍ଥାନରେ ଆୟୋଲାଇଟ୍‌ ଖଣି ଉତ୍ସ ରହିଛି। ସେହିଭଳି କେଗାଁରେ ୨ଟି, ଜୁନାଗଡ଼ରେ ଗୋଟିଏ, ଧର୍ମଗଡ଼ରେ ୪ଟି ଗାର୍ନେଟ୍‌ ଖଣି ଉତ୍ସ ରହିଛି। ଭବାନୀପାଟଣାରେ ଗୋଟିଏ ଆକ୍ବା ମେରାଇନ୍‌ ଟୋପାଜ, ଆମେଥିଷ୍ଟ ଖଣି ଓ ଧର୍ମଗଡ଼ରେ ୨ଟି ଏନ୍ସଟାଟାଇଟ କ୍ୟାଟ୍‌ଆଇ ଖଣି ଉତ୍ସ ରହିଛି। ଏହି ଖଣିଗୁଡ଼ିକର ନିଲାମ ହେଉ ନ ଥିବା ଯୋଗୁଁ ମାଫିଆମାନେ ବେଧଡ଼କ ଖଣି ଚୋରି କରୁଛନ୍ତି। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରି ରାଜସ୍ୱହାନି ରୋକିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।

Previous Post Next Post
Magspot Blogger Template

نموذج الاتصال