🟢 ବ୍ରେକିଂ ନ୍ୟୁଜ

ଜି-୭ ସମ୍ମିଳନୀ ବେଳେ ମୋଦୀଙ୍କ ରାଜନୀତି ଶେଷ କରିଦେବୁ : ଖଲିସ୍ତାନୀ


 ଭାନକୁଭର, (କାନାଡା): କାନାଡାର ଜଣେ ସାମ୍ବାଦିକ ମୋଚା ବାଜିରଗାନଙ୍କ ଉପରେ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ଏହା ସହିତ ସେମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି କାନାଡା ନିଜ  ସାମ୍ବାଦିକଙ୍କ ଉପରେ ଖଲିସ୍ତାନୀମାନଙ୍କ ଆକ୍ରମଣକୁ ଦେଖୁଥିଲା କିନ୍ତୁ କୌଣସି ହସ୍ତକ୍ଷେପ କରିନଥିଲା ।ଭାନକୁଭରରେ ଖଲିସ୍ତାନୀ ସମର୍ଥକମାନଙ୍କ ଦ୍ୱାରା ଧମକ ଦିଆଯିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି ବାଜିରଗାନ। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସେ ଏକ ଖଲିସ୍ତାନୀ ରାଲିର ରିପୋର୍ଟିଂ କରୁଥିଲେ। ଏ ସଂପର୍କରେ ସେ କହିଛନ୍ତି ଯେ ଖଲିସ୍ତାନୀଙ୍କ ଧମକ ଯୋଗୁଁ ସେ ଏବେ ବି ଭୟରେ କମ୍ପୁଛନ୍ତି । ପ୍ରଥମ ଜଣେ ବ୍ୟକ୍ତି ତାଙ୍କ ଅତିନିକଟକୁ ଆସି ଧମକ ଦେଇଥିଲା । ଏହା ପରେ ଆଉ ୨-୩ ଜଣ ଆସି ତାଙ୍କୁ ଘେରିଯାଇଥିଲେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଖଲିସ୍ତାନୀମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି । ଜି-୭ ସମ୍ମିଳନୀବେଳେ ମୋଦୀଙ୍କ ରାଜନୀତିକୁ ଲୋପ କରିଦେବେ ବୋଲି ଖଲିସ୍ତାନୀମାନେ ଧମକ ଦେଇଛନ୍ତି ବୋଲି ମୋଚା କହିଛନ୍ତି । 

Previous Post Next Post
Magspot Blogger Template

نموذج الاتصال