🟢 ବ୍ରେକିଂ ନ୍ୟୁଜ

ଆଗୁଆ ଓଡ଼ିଶା ଛୁଇଁଲା ମୌସୁମୀ, ଘନୀଭୂତ ହେଉଛି ଲଘୁଚାପ


 ଧାର୍ଯ୍ୟ ସମୟ ପୂର୍ବରୁ ଓଡ଼ିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ମୌସୁମୀ ଓଡ଼ିଶାକୁ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ମେ’ ୨୪ ତାରିଖରେ କେରଳ ଛୁଇଁଥିବା ମୌସୁମୀ ବେଶ ସକ୍ରିୟ ଭାବେ ଆଗକୁ ବଢ଼ି ଚାଲିଛି। କେରଳରେ ମୌସୁମୀ ଶୀଘ୍ର ପ୍ରବେଶ କରିଥିବାରୁ ଏବେ ଦେଶର ବିଭିନ୍ନ ପ୍ରାନ୍ତକୁ ମଧ୍ୟ ଏହା ଧାର୍ଯ୍ୟ ସମୟପୂର୍ବରୁ ସ୍ପର୍ଶ କରିବାରେ ଲାଗିଛି। ଏହିକ୍ରମରେ ଆଜି ମୌସୁମୀ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି। ଆଜି ମୌସୁମୀ ଦକ୍ଷିଣ ଓଡ଼ିଶାକୁ ଛୁଇଁ ଥିବା ବେଳେ ଆଗାମୀ ୨ରୁ ୩ ଦିନରେ ପୂରା ଓଡ଼ିଶାରେ ଏହା ସକ୍ରିୟ ହେବ। ଏଥିପାଇଁ ପାଗ ସଂପୂର୍ଣ୍ଣ ଭାବେ ଅନୁକୂଳ ରହିଛି। ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିବାରୁ ଧୀରେଧୀରେ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Previous Post Next Post
Magspot Blogger Template

نموذج الاتصال