🟢 ବ୍ରେକିଂ ନ୍ୟୁଜ

ଘଣ୍ଟିଗୁଡା ଗୌନ୍ତିଆପଡା ସମ୍ମୁଖ ରାସ୍ତାରେ ପାଣି କାଦୁଅ କର୍ଦ୍ଧମାର୍ଦ୍ଧ ରାସ୍ତା,ମରାମତି ଦାବି।


 କଳାହାଣ୍ଡି, ୨୪/୦୬ ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ଗ୍ରାମାଞ୍ଚଳ ର ଭିତ୍ତିଭୂମି ଉନ୍ନତି ପାଇଁ ଅନୁଦାନ ପଞ୍ଚାୟତ କୁ ଯୋଗାଇ ଦେଉଥିବା ଅଭିଯୋଗ ଉଚ୍ଛୁଳା ପଞ୍ଚାୟତ ଘଣ୍ଟିଗୁଡା ଗ୍ରାମ ରାସ୍ତା ର ଅବସ୍ଥା ବେହାଲ ହୋଇ ପଡିଛି। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ୍, ଉଚ୍ଛୁଳା ଗ୍ରାମ ପଞ୍ଚାୟତ ଘଣ୍ଟିଗୁଡା ମୁଖ୍ୟ ରାସ୍ତା ଠାରୁ ଗୌନ୍ତିଆପଡା ନିକଟରେ । ମୁଖ୍ୟ ରାସ୍ତା ରୁ ଦେଇ ଯାଉଥିବା ଗୌନ୍ତିଆପଡା ରାସ୍ତା ବର୍ଷା ପାଣି ଜମି କାଦୁଅ ରେ କର୍ଦ୍ଧମାର୍ଦ୍ଧ ହୋଇ ଯାତାୟାତ ରେ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୌନ୍ତିଆପଡା ପଟରୁ ଆସୁଥିବା । ଏଣୁୁ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରିବା ସହ ଅନେକ ଗାଡ଼ି ମୋଟର ଏହି ରାସ୍ତା ଦେଇ ଯିବା ଆସିବା କରୁଛି। ପାଖରେ ପୋଖରୀ ଥିବାରୁ ଅନେକ ଲୋକ ମାନେ ମଧ୍ଯ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଜନ ପ୍ରତିନିଧି ମାନେ ମଧ୍ଯ ଏ ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ ଦେଖି ନୀରବ ଦ୍ରଷ୍ଟା ସାଜିଛନ୍ତି। ଏଣୁ ପଞ୍ଚାୟତ ପ୍ରଶାସନ କିମ୍ବା ଜୟପାଟଣା ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ମରାମତି କରିବାକୁ ସାଧାରଣ ରେ ଦାବୀ ହେଉଛି।

Previous Post Next Post
Magspot Blogger Template

نموذج الاتصال