🟢 ବ୍ରେକିଂ ନ୍ୟୁଜ

ମିନଗୁର ଗ୍ରାମପଞ୍ଚାୟତ ରେ ବିକାଶ ବାହନ ରଥକୁ ଭବ୍ୟ ସ୍ଵାଗତ।


କଲମପୁର,୧୬/୬: ରାଜ୍ୟରେ ବିଜେପି ଶାସନକୁ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ବିକାଶ ବାହନ ର ଶୁଭାରମ୍ଭ କରିଛନ୍ତି ମୋହନ ସରକାର । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମିନଗୁର ଗ୍ରାମପଞ୍ଚାୟତ ପକ୍ଷରୁ ବିକାଶ ବାହନ ରଥକୁ ଆଜି ସ୍ଵାଗତ କରାଯାଇଥିଲା । ମିନଗୁର ସରପଞ୍ଚ ନିହାରିକା ବେହେରାଙ୍କ ସଭାପତିତ୍ବରେ ଏହି ବିକାଶ ବାହନ ରଥ ସ୍ଵାଗତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମୁଖ୍ୟବକ୍ତା ଭାବେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି,ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ବିଜୟ କୁମାର ପଣ୍ଡା,ଧର୍ମଗଡ ନଗର ସଭାପତି ହରେକୃଷ୍ଣ ପଣ୍ଡା,ଶିଶୁ ବିକାଶ ବିଭାଗର କ୍ଷେତ୍ର ପରିଦର୍ଶିକା ବାସନ୍ତୀ ନାଏକ,ସମାଜସେବୀ କୈଶବ ବିହାରୀ,ହେମନ୍ତ ମାଝୀ,ଜୟନ୍ତୀ ବିହାରୀ,ଇ.ପିତାମ୍ବର ହେମ୍ବ୍ରମ,ହିମାଂଶୁ ପଣ୍ଡା ପ୍ରମୂଖ ମଞ୍ଚାସିନ ରହି ମୋହନ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥିତ ଜନସଧାରଣ ଙ୍କୁ ସୁଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତ ସ୍ତରୀୟ ସମସ୍ତ ବିଭାଗୀୟ କର୍ମଚାରୀ, ସି ଆର୍ ପି,ଆମ ବି କେ,ମହିଳା ଗୋଷ୍ଠୀ ର ସଭ୍ୟା ଙ୍କ ସମେତ ଅଞ୍ଚଳର ଅନେକ ଜନସାଧାରଣ ଉପସ୍ଥିତ ରହିଥିଲେ। ସମସ୍ତ ବିଭାଗରୁ ଷ୍ଟଲ କରି ସରକାରୀ ଯୋଜନା ଗୁଡିକ ଲୋକଙ୍କୁ ବୁଝାଇ ଥିଲେ । କାର୍ଯ୍ୟକ୍ରମ ରେ ଆନ୍ତୋଦୟ ଗୃହ ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ,ଜମି ମରାମତି ପାଇଁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିବା ବେଳେ ନୂତନ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଓ କିଛି ଦିବ୍ୟାଙ୍ଗ ଟ୍ରାଇ ସାଇକଲ ପ୍ରଦାନ କରାଯାଇଥିଲା । ଏହି ରଥ ଦ୍ବାରା ସରକାରଙ୍କ ବିଭିନ୍ନ ଯୋଜନା, ଉପଲବ୍ଧି ଓ ସେବାମୂଳକ କାର୍ଯ୍ୟ ଗ୍ରାମର ଲୋକଙ୍କ ସାମ୍ନାରେ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ଯମରେ ସରକାର ର ପ୍ରତି ବିଶ୍ବାସ ବଢ଼ିବା ସହ ଗ୍ରାମୀଣ ଅଞ୍ଚଳ ମଧ୍ୟରେ ବିକାଶ ଗତି ଅଧିକ ତିବ୍ର ହେବ ବୋଲି ଆଶା ବ୍ୟକ୍ତି କରାଯାଇଛି। ଶିକ୍ଷାବିତ ଅନିଲ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ପିଇଓ ଉମାଶଙ୍କର ସା ଧନ୍ୟବାଦ ଅର୍ପଣ କରିଥିଲେ।
କଲମପୁର ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ  ନ୍ୟୁଜ X ଓଡିଶା

Previous Post Next Post
Magspot Blogger Template

نموذج الاتصال